ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟ
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି । ଭାରତରେ ଇଂଲଣ୍ତ ପ୍ରସିଦ୍ଧ ବାଜବଲ୍ ଟେକନିକ୍ ଫେଲ୍ ହୋଇଯାଇଛି । ପାଞ୍ଚ ଟିକିଆ ସିରିଜରେ ଭାରତ ୪-୧ ରେ ଆଗୁଆ ରହିବା ସହ ସିରିଜ ଉପରେ କବ୍ଜା କରିନେଇଛି ।
ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ
୫ମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ । ଧର୍ମଶାଳାରେ ଏକ ଇନିଂସ ଓ ୬୪ ରନ୍ରେ ଇଂଲଣ୍ଡ ପରାସ୍ତ ହୋଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ ରନରେ ଅଲ୍ଆଉଟ୍ । ଅଶ୍ୱିନ୍ଙ୍କୁ ୫, ବୁମ୍ରା ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି । ତେବେ ଏହା ମଧ୍ୟରେ ଉଭୟ ପଟରୁ ସ୍ଲେଜିଂ ମଧ୍ୟ ଚରମ ସୀମାରେ ପହଞ୍ଚିଛି ।
ଏନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡ଼ିଓ କ୍ଲିପଟି ଭାରତୀୟ କ୍ରିକେଟର ଶୁବମାନ ଗିଲ ଓ ଇଂଲଣ୍ତ କ୍ରିକେଟର ଜନି ବେୟାରଷ୍ଟୋଙ୍କ ମଧ୍ୟରେ ଥିଲା । ପରେ ପରେ ଏଥିରେ ସର୍ଫରାଜ ଖାନ ଏବଂ ଧ୍ରୁବ ଜୁରେଲ ମଧ୍ୟ ସାମିଲ ହୋଇଥିଲେ ।
ପ୍ରଥମେ ବେୟାରଷ୍ଟୋ ଗିଲଙ୍କୁ ପଚାରିଥିଲେ
ଗତକାଲି ଦ୍ୱିତୀୟ ଦିନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ଥିଲା । ସେ ନିଜର ଦ୍ୱାଦଶ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଫଳରେ ସେ ଇଂଲଣ୍ତ ବିପକ୍ଷ ଟେଷ୍ଟରେ ସର୍ବାଧିକ ଚାରି ଶତକ ମାରିବାରେ ସୁନୀଲ ଗାଭାସ୍କରଙ୍କର ରେକର୍ଡ ସହ ସମକକ୍ଷ ହୋଇଥିଲେ । ଅନ୍ୟପଟେ ଶୁବମାନ ଗିଲ ମଧ୍ୟ ଗତକାଲି ଶତକ ଅର୍ଜନ କରିଥିଲେ ।
ଦୁଇ ଯୁବ ତାରକା ସର୍ଫରାଜ ଖାନ ଓ ଦେବଦତ୍ତ ପାଡ଼ିକଲ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।