ସୁଭଦ୍ରା ଯୋଜନା (Subhadra Yojana ) ଓଡ଼ିଶା 2024 – ସରକାରଙ୍କ ବଡ ଘୋଷଣା,ଜାଣନ୍ତୁ କେମିତି କରିବେ ଆବେଦନ (How to apply Subhadra Yojana Odisha 2024)

ଆପଣ ମାନଙ୍କୁ ଆମ ୱେବସାଇଟରେ ପୁଣିଥରେ ସ୍ବାଗତ l ଆଜି ମୁଁ ଆପଣମାନଙ୍କୁ ସୁଭଦ୍ରା ଯୋଜନା (Subhadra Yojana) ବିଷୟରେ ନୂଆ ତଥ୍ୟ ପ୍ରଦାନ କାଟିବାକୁ ଯାଉଛି। ଏହି ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ମହିଳା ମାନଙ୍କୁ ଓଡିଶା ସରକାର ଆସନ୍ତା ପାଞ୍ଚ ବର୍ଷ ଭିତରେ ୫୦,୦୦୦  ( ପଚାଶ ହଜାର ) ଟଙ୍କା ପ୍ରଦାନ କରିବେ। ଆପଣ ଯଦି ଏ ପର୍ୟ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରି ନାହାଁନ୍ତି ତାହେଲେ ଶୀଘ୍ର କରିନିଅନ୍ତୁ। ଏହି ଲେଖା ମାଧ୍ୟମରେ ଆମେ ଆପଣମାନଙ୍କୁ ସୁଭଦ୍ରା ଯୋଜନା ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିବୁ। ସେଥିପାଇଁ ଆମ ଲେଖା ଟିକୁ ଶେଷ ପର୍ୟ୍ୟନ୍ତ ପଢିବା ପାଇଁ ଆପଣମାନଙ୍କୁ ଅନୁରୋଧ।

ସୁଭଦ୍ରା ଯୋଜନା କଣ? ଏହି ଯୋଜନା ଆପଣମାନେ କେମିତି ଆବେଦନ କରିପାରିବେ, କଣ ଯୋଗ୍ୟତା ଦରକାର, କଣ କଣ ଦସ୍ତାବେଜ ଦରକାର, କେବେଠୁ ଆବେଦନ କରିପାରିବେ ଆଉ କେମିତି ଆବେଦନ କରିବେ ଏହି ସବୁ ବିଷୟରେ ଆଜି ଆମେ ଆଲୋଚନା କରିବା।

ସୁଭଦ୍ରା ଯୋଜନାକୁ ରାଜ୍ୟ କେବିନେଟର ମୋହର ଲାଗି ଯାଇଛି। ସୁଭଦ୍ରା ଯୋଜନା ଓଡ଼ିଶା ରାଜ୍ୟରେ ସରକାର କେବଳ ମହିଳା ମାନଙ୍କ ପାଇଁ ଘୋଷଣା କରିଛନ୍ତି। କେବଳ ଓଡ଼ିଶା ରାଜ୍ୟର ମହିଳା ବାସିନ୍ଦା ଏହି ଯୋଜନାର ଲାଭ ଉଠାଇ ପାରିବେ। ସରକାରଙ୍କ ତରଫରୁ ଓଡ଼ିଶାର ଯୋଗ୍ୟ ମହିଳା ମାନଙ୍କୁ ରାଜ୍ୟ ସରକାର ୫୦୦୦୦ ଟଙ୍କା ପ୍ରଦାନ କରିବେ।

WhatsApp Group Join Now
Telegram Group Join Now
Instagram Group Join Now

 

ସୁଭଦ୍ରା ଯୋଜନା ଫର୍ମ ଡାଉନଲୋଡ( How to download Subhadra Yojana Odisha form)

ସୁଭଦ୍ରା ଯୋଜନା ଫର୍ମ ଦୋନଲୋଡ କରିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ ।

ସୁଭଦ୍ରା ଯୋଜନା ଫର୍ମ ଡାଉନଲୋଡ –  Subhadra-Yojana-Form-download

 

ସୁଭଦ୍ରା ଯୋଜନାର ସାରାଂଶ ବା ମୁଖ୍ୟ ସୂଚନା ( Key Points of Subhadra Yojana Odisha )

  • ଯାହାଙ୍କ ବୟସ ୨୧ ରୁ ୫୯ ମଧ୍ୟରେ ହୋଇଥିବ ସେହି ମହିଳା ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।
  • ରାଜ୍ୟର ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହେବେ l
  • ଯୋଗ୍ୟ ବିବେଚିତ ହୋଇଥିବା ମହିଳା ମାନେ ସୁଭଦ୍ରା     ଡେବିଟ କାର୍ଡ (Debit Card) ପାଇ ପାରିବେ।
  • ପ୍ରତି ବର୍ଷ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା।
  • ବର୍ଷକୁ ଦୁଇଟି କିସ୍ତିରେ ସରକାର ପ୍ରଦାନ କରିବେ ଟଙ୍କା।
  • ଥରକୁ ପାଞ୍ଚ ହଜାର ହିସାବରେ ବର୍ଷକୁ ଦୁଇଥର ଅର୍ଥାତ୍ ମୋଟ ବର୍ଷକୁ ୧୦,୦୦୦ (ଦଶ ହଜାର) ଟଙ୍କା ପାଇପାରିବେ ଲାଭାର୍ଥି।
  • ଯୋଗ୍ୟ ଆବେଦନକାରୀଙ୍କୁ ୫ ବର୍ଷ ମଧ୍ୟରେ ମିଳିବ ମୋଟ ୫୦,୦୦୦ (ପଚାଶ ହଜାର) ଟଙ୍କା।

 

କେଉଁ ମାନେ କରିପାରିବେ ଆବେଦନ ( Who can apply for Subhadra Yojana 2024 )

  • ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ।
  • ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା।
  • ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
  • ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।
  • ସିଆରପି କରିପାରିବେ ଆବେଦନ।
  • ଏମ୍ ବି କେ, ଆଉଟ୍ ସୋର୍ଶିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ।

 

ସୁଭଦ୍ରା ଯୋଜନା ବିଷୟରେ ଅଧିକ ବିବରଣୀ ପାଇଁ କ୍ଲିକ କରନ୍ତୁ । 

 

ସୁଭଦ୍ରା ଯୋଜନା ରେ ଆବେଦନ କରିବ ପାଇଁ ଯୋଗ୍ୟତା। (Eligibility criteria for Subhadra Yojana)

ଯଦି ଆପଣ ଓଡ଼ିଶା ରାଜ୍ୟର ସ୍ଥାୟୀ ମହିଳା ବାସିନ୍ଦା ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନା 2024 ରେ ଆବେଦନ କରି ପାରିବେ। ଏହି ଯୋଜନାରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନିମ୍ନ ଲିଖିତ ଯୋଗ୍ୟତା ଥିବ ନିହାତି ଆବଶ୍ୟକ।

  • ଆବେଦନକାରୀ ଓଡ଼ିଶା ରାଜ୍ୟର ସ୍ଥାୟୀ ମହିଳା ବାସିନ୍ଦା ହୋଇଥିବା ଜରୁରୀ।
  • ୧ ଜୁଲାଇ ୨୦୨୪ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ କିମ୍ବା ତଦୁର୍ଦ୍ଧ ଏବଂ ୬୦ ବର୍ଷରୁ କମ ହୋଇଥିବା ଆବଶ୍ୟକ।
  • ଆବେଦନକାରୀ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ମାସକୁ ୧୫୦୦ କିମ୍ବା ବର୍ଷକୁ ୧୮୦୦୦ ଟଙ୍କା ତଥା ତାଠାରୁ ଅଧିକ ଆର୍ଥିକ ସହାୟତା ପାଉନଥିବେ।
  • ଆବେଦନକାରୀ କିମ୍ବା ପରିବାରର କୌଣସି ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନ ସଭା ସଦସ୍ୟ ହୋଇନଥିବେ।
  • ଆବେଦନକାରୀ ତଥା ତାଙ୍କ ପରିବାରର କୌଣସି ସଦସ୍ୟ ଆୟକର ଦାତା ହୋଇନଥିବେ।
  • ଆବେଦନକାରୀ କିମ୍ବା ତାଙ୍କ ପାରିବାରିକ ସଦସ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନର ଜଣେ ନିର୍ବଚିତ ଜନପ୍ରତିନିଧି ହୋଇ ନଥିବେ। (ୱାର୍ଡ ମେମ୍ବର/କାଉନସିଲର ବ୍ୟତୀତ)
  • ଆବେଦନକାରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ ସଂସ୍ଥାର କର୍ମଚାରୀ ତଥା ପେନସନ ଧାରି ହୋଇନଥିବେ।
  • ପରିବାରର କୌଣସି ସଦସ୍ୟ ଭାରତ ତଥା ରାଜ୍ୟ ସରକାରଙ୍କ କୌଣସି ସରକାରୀ ବିଭାଗ/ଉଦ୍ୟୋଗ/ବୋର୍ଡ/ସ୍ଥାନୀୟ ସଂସ୍ଥା/ନିୟମିତ କର୍ମଚାରୀ/ସ୍ଥାୟୀ କର୍ମଚାରୀ/ଚୁକ୍ତି ଭିକ୍ତିକ କର୍ମଚାରୀ ଅଥବା ନିର୍ବାଚିତ ପ୍ରତିନିଧି ହୋଇ ନଥିବେ ଅଥବା ପେନସନଧାରୀ ହୋଇ ନଥିବେ।
  • ଆବେଦନକାରୀ କିମ୍ବା କୌଣସି ପାରିବାରିକ ସଦସ୍ୟଙ୍କର ୫ ଏକର ଜଳ ସେଚିତ ଜମି କିମ୍ବା ୧୦ ଏକର କିମ୍ବା ତଦୁର୍ଦ୍ଧ୍ବ ଅଣ ଜଳସେଚିତ ଜମି ନ ଥିବ।
  • ଆବେଦନକାରୀଙ୍କ ତଥା ତାଙ୍କ ପାରିବାରିକ ସଦସ୍ୟଙ୍କ ପାଖରେ କୌଣସି ଟ୍ରାକ୍ଟର, ମିନି ଟ୍ରକ, ଛୋଟ ବାଣିଜ୍ୟିକ ଯାନ ଏବଂ ହାଲୁକା ମାଲବାହୀ ଯାନ ବ୍ୟତୀତ ଭାରି ଯାନ କିମ୍ବା ଚାରିଚକିଆ ଗାଡ଼ି ନ ଥିବ।
  • ଆବେଦନକାରୀ ତଥା ତାଙ୍କ ପାରିବାରିକ ମୋଟ ବାର୍ଷିକ ଆୟ ୨,୫୦,୦୦୦ (ଅଢେଇ ଲକ୍ଷ୍ୟ) ମଧ୍ୟରେ ହୋଇଥିବା ଆବଶ୍ୟକ।

 

ସୁଭଦ୍ରା ଯୋଜନା ଆବେଦନ ପାଇଁ ଆବଶ୍ୟକୀୟ ଦସ୍ତାବେଜ ବା ଡକ୍ୟୁମେଣ୍ଟ୍ (Documents Required for subhadra yojana Odisha 2024)

ସୁଭଦ୍ରା ଯୋଜନାରେ ଆବେଦନ କରିବା ପୂର୍ବରୁ ଆପଣମାନଙ୍କୁ ଦରକାରୀ କାଗଜ ପତ୍ର ତଥା ଦସ୍ତାବେଜ ବିଷୟରେ ସଂପୂଣ୍ଣ ସୂଚନା ଥିବା ନିହାତି ଜରୁରୀ।ତାହେଲେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନା ଆବେଦନ ପାଇଁ ଦରକାରୀ ଦସ୍ତାବେଜ ବିଷୟରେ। ଏହି ଯୋଜନାରେ ଆବେଦନ କରିବା ପାଇଁ ନିମ୍ନ ଲିଖିତ ଡକ୍ୟୁମେଣ୍ଟ୍ ଥିବା ଜରୁରୀ।

  • ଆଧାର କାର୍ଡ ( Adha Card )
  • ଆଧାର ଲିଙ୍କ ମୋବାଇଲ ନମ୍ୱର (Adha link mobile number)
  • ବ୍ୟାଙ୍କ ପାସବୁକ୍ (Saving Bank Passbook)
  • ଭୋଟର ଆଇଡି କାର୍ଡ (Voter Id Card)
  • ରାସନ୍ କାର୍ଡ (Rasan Card)

 

ସୁଭଦ୍ରା ଯୋଜନା ଅନଲାଇନ ଆପ୍ଲାଏ ‌(Subhadra Yojana odisha Online Apply process 2024)

ସୁଭଦ୍ରା ଯୋଜନାର ଅନଲାଇନ ମାଧ୍ୟମରେ ଆବେଦନର ପ୍ରକ୍ରିୟା ବହୁତ ସରଳ ଅଟେ।ଓଡ଼ିଶା ସରକାରଙ୍କ ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଆପଣ ଏହି ଯୋଜନାରେ ଆବେଦନ କରି ପାରିବେ। ଆସନ୍ତୁ ଆମେ ଆପଣଙ୍କୁ ପର୍ଯ୍ୟାୟ କ୍ରମେ ଜଣେଇବୁ ସୁଭଦ୍ରା ଯୋଜନା ଅନଲାଇନ ଆବେଦନ କେମିତି କରିବେ।

  • ଆବେଦନକରି ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରି ପାରିବେ ।
  • ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ଯାହା ଆପଣ ବିନା ଖର୍ଚ୍ଚରେ ପାଇ ପାରିବେ ।
  • ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର (MSK) / ସାଧାରଣ ସେବା କେନ୍ଦ୍ର (CSC) ରେ ଦାଖଲ କରିବେ। ଏବଂ ସେହି କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ।
  • ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

 

Subhadra yojana Odisha Application Status Check କେମିତି କରିବେ।

ଯଦି ଆପଣ ଓଡ଼ିଶା ସୁଭଦ୍ରା ଯୋଜନାରେ ଆବେଦନ କରି ସାରିଛନ୍ତି ଏବଂ ସୁଭଦ୍ରା ଯୋଜନା ଏପ୍ଲିକେସନ୍ ଷ୍ଟାଟସ୍ ଜାଣିବା ପାଇଁ ଚାହୁଛନ୍ତି ତେବେ ଆପଣ ବହୁତ ସହଜରେ Subhadra Yojana Odisha Application Status Check କରି ପାରିବ। ଆପଣ ନିଜ ଘରେ ବସି ନିଜ ମୋବାଇଲ ମାଧ୍ୟମରେ ଏହି ଷ୍ଟାଟସ୍ ଚେକ୍ କରି ପାରିବେ । ବହୁତ୍ ଶୀଘ୍ର ସରକାରଙ୍କ ତରଫରୁ Application Status Check ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

 

କଣ ମୁଁ ମଧ୍ୟ ସୁଭଦ୍ରା ଯୋଜନାରେ ଆବେଦନ କରି ପାରିବି (May I apply for Subhadra Yojana Odisha 2024)

ସୁଭଦ୍ରା ଯୋଜନା ଆବେଦନ ପାଇଁ କେତେକ ଯୋଗ୍ୟତା ଥିବା ନିହାତି ଆବଶ୍ୟକ।ଯଦି ଆପଣଙ୍କ ପାଖରେ ସେହି ସବୁ ଯୋଗ୍ୟତା ଅଛି ତେବେ ଆପଣ ମଧ୍ୟ ଏହି ଯୋଜନାରେ ଆବେଦନ କରି ଏହାର ଲାଭ ଉଠାଇ ପାରିବେ।

 

ସୁଭଦ୍ରା ଯୋଜନାର ଲାଭ ( Benefits of Subhadra Yojana Odisha 2024 )

ଓଡ଼ିଶା ସରକାରଙ୍କ ସୂଚନା ଅନୁଯାଇ ସୁଭଦ୍ରା ଯୋଜନାରେ ଯୋଗ୍ୟ ବିବେଚିତ ହୋଇଥିବା ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସ।

ସୁଭଦ୍ରା ଯୋଜନା ଅଫିସିଆଲ୍ ୱେବସାଇଟ – https://subhadra.odisha.gov.in

ସୁଭଦ୍ରା ଯୋଜନା ହେଲ୍ପଲାଇନ ନମ୍ବର – ୧୪୬୭୮

 

Disclaimer

ସୁଭଦ୍ରା ଯୋଜନା ବିଷୟରେ ଯଦି ଅନ୍ୟ କିଛି ତଥ୍ୟ ଜାଣିବା ଚାହାନ୍ତି ତେବେ ଆପଣ ଆମକୁ Comment ମାଧ୍ୟମରେ ପଚାରି ପାରିବେ।ଏହି ଓଡ଼ିଶା ସୁଭଦ୍ରା ଯୋଜନା ବିଷୟରେ ଆମର ଲେଖା ଯଦି ଆପଣଙ୍କୁ ଭଲ ଲାଗିଲା ଏବଂ ଏହି ସୂଚନା ଦ୍ଵାରା ଯଦି କେହି ଉପକୃତ ହୋଇପାରିବେ ତେବେ ନିଜ ସାଙ୍ଗ ସାଥୀ ତଥା ସମ୍ପର୍କୀୟ ମାନଙ୍କୁ ନିଶ୍ଚୟ Share କରନ୍ତୁ। ଆମ ଲେଖାକୁ ପଢ଼ି ଥିବାରୁ ଧନ୍ୟବାଦ୍।

Leave a Comment