ରାଜ୍ୟ ରେ ପ୍ରଶାସନିକ ଅବହେଳା ଦେଖି ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଇଫତ ମାଗିଛନ୍ତି । ରାଜ୍ୟରେ ସରକାରୀ ଅବ୍ୟବସ୍ଥା ସମ୍ପୂର୍ଣ ରୂପରେ ଭୁଷୁଡି ପଡିଥିବା କଥା ଆଜି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କ ନଜର କୁ ଆସିଥିଲା । ଯାହା ଫଳରେ ମୁଖ୍ୟମନ୍ତ୍ରୀ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରଶାସନିକ ଅଧକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା
ରାଜ୍ୟ ରେ ନୂଆ ସରକାର ଆସିବା କ୍ଷଣି ପ୍ରଶାସନିକ ଅବହେଳା ସମସ୍ତଙ୍କ ସାମନା କୁ ଆସିଛି । ରାଜ୍ୟରେ ଆଇନ ତଥା ସରକାରୀ ବ୍ୟବସ୍ଥା ସମ୍ପୂର୍ଣ ଭୁଷୁଡି ପଡିଥିବା ଆଜି ସମୀକ୍ଷା ବେଳେ ଜଣା ପଡିଥିଲା ଯେଉଁଥିପାଇଁ ନୂଆ ସରକାର ଚିନ୍ତା ପ୍ରକଟ କରିଛନ୍ତି। ବ୍ୟବସ୍ଥାକୁ ସୁଧୁରାଇବା ପାଇଁ ବିଭିନ୍ନ ବିଭାଗର ଅବସର ପ୍ରାପ୍ତ ଅଧିକାରୀକୁ ଆଜି ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କିଏ ଉତ୍ତରଦାୟୀ ତାହା ବି ଏ ପର୍ୟଂତ କାହାକୁ ଜଣା ନହିଁ । କେତେକ ବାହାର ସଂସ୍ଥାକୁ ବି ପରିଚାଳନା ଦାୟୀତ୍ୟ ଦିଆଯାଇଥିବା ଖବର ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କ୍ଷୋଭ ପ୍ରକାଶ
ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ କ୍ଷମତା କେତେକ ନିର୍ଦ୍ଧିଷ୍ଟ କୋଟେରୀ କବଜାରେ ଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ଅଚଳ ପ୍ରାୟ ହୋଇଯାଇଥିଲା । ଆଜି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଥିଲେ ସୁଦ୍ଧା କେହି ସଠିକ ସୂଚନା ଦେଇ ପାରିନଥିଲେ । ଯାହା ଫଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଢିଲା ତଥା ମନଇଛା ପ୍ରଶାସନିକ ବ୍ୟବସ୍ଥା କୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିତ କରିଥିବା ସୂଚନା ମିଳିଛି ।
ରାଜ୍ୟରେ କାହିଁକି ଏହିଭଭଳି ପରିସ୍ଥିତି ଉପୁଜିଲା ତାହାର ଜବାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ କାହାପାଖରେ ଯୁକ୍ତିଯୁକ୍ତ ଉତ୍ତର ନ ଥିଲା ବୋଲି ସୂଚନା ମିଳିଛି । ଏହି ସବୁ ଅବ୍ୟବସ୍ଥା କୁ ଆଖିଆଗରେ ରଖି ନୂଆ ସରକାର ରାଜ୍ୟର ପ୍ରଶାସନିକ ସ୍ଥରରେ ବଡ ଅଦଳବଦଳ କରିପାରନ୍ତି ବୋଲି ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି।
ନୂଆ ସରକାରଙ୍କ ପ୍ରତିଶୃତି ପୂରଣ
ରାଜ୍ୟରେ ପ୍ରଥମ ଥର ସରକାର ଗଠନ କରିଥିବା ଭାରତୀୟ ଜନତା ପାଟି ଭୋଟ ପୂର୍ବରୁ ଦେଇଥିବା ବିଭିନ୍ନ ପ୍ରତିଶୃତିକୁ ପୂରଣ କରିବା ପାଇଁ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିଛି । ସରକାର ଗଠନ କରିବା ମାତ୍ର ଦିନକ ପରେ ପୂର୍ବ ପ୍ରତିଶୃତି ତଥା ପୁରୀ ଶ୍ରୀ ମନ୍ଦୀରର ଚାରିଦ୍ଵାର ଅବିଳମ୍ବେ ଭକ୍ତ ମାନଙ୍କ ପାଇଁ ଖୋଲା ଯାଇଛି । ଏବଂ ଧୀରେ ଧୀରେ ସବୁ ପ୍ରତିଶୃତି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହି ସବୁ ସମ୍ଭବ ହୋଇ ପାରିଲା ବୋଲି ଶ୍ରୀ ମାଝୀ କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଭକ୍ତଙ୍କୁ କିଛି ଅସୁବିଧା ହେବ ନାହି ଏବଂ ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଆଉ ମଧ୍ୟ କହିଛନ୍ତି ଯେ ଏଥର ମହାପ୍ରଭୁଙ୍କ ଅଶୀର୍ବାଦରେ ଓଡ଼ିଶାର ସବୁକିଛି ଅସୁବିଧା ଦୂର ହୋଇଯିବ ।